ଦ୍ୱିତୀୟ ଦିନରେ ବ୍ୟାଙ୍କ ଲୋନ୍ ସ୍କାମ ତଦନ୍ତ, ଇଓଡବ୍ଲୁର ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ବର – ଦ୍ୱିତୀୟ ଦିନରେ ସମ୍ବାଦ/ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବିରୋଧରେ ଆସିଥିବା ଲୋନ ସ୍କାମ ଅଭିଯୋଗର ତଦନ୍ତ । ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଆଜି ମଧ୍ୟ ଏହି ଅଭିଯୋଗ ନେଇ ତଦନ୍ତ କରିଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିବା ଦାବି କରିଛି । ପ୍ରେସ ରିଲିଜ ଜରିଆରେ ଇଓଡବ୍ଲୁ ପକ୍ଷରୁ ବହୁ ତଥ୍ୟ ଦିଆଯାଇଛି । କୁହାଯାଇଛି କି, ପ୍ରାୟତଃ ଗୋଟିଏ ଶୈଳୀରେ ସବୁ ଲୋନ ଉଠାଯାଇଛି । ନୂଆ ଘର ବା ଘର ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠାଯାଇଛି । ତେବେ ଏହି ଋଣ ଉଠାଣରେ ସମ୍ବାଦ/ ଇଏମଏଲ ପକ୍ଷରୁ ନକଲି ଦରମା ସ୍ଲିପ୍ ବ୍ୟବହାର କରାଯାଇଛି । ପ୍ରକୃତ ଦରମା ସ୍ଲିପ୍ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ ରହିଥିବା କୁହାଯାଇଛି । ତେବେ ଲୋନ୍ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡ଼ିଛି । ଧମକଚମକ ଦିଆଯାଇ କର୍ମଚାରୀଙ୍କ ନାଁର ଋଣ ଉଠାଯାଉଥିଲା ।ପ୍ରକୃତ ଋଣ ଗ୍ରହିତା ଋଣ ଟଙ୍କାରୁ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ଏଭଳି ଅନେକ ତଥ୍ୟ ଇଓଡବ୍ଲୁ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ପ୍ରକାଶ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଭିତ୍ତିରେ ସମ୍ବାଦ/ଇଏମଏଲ ବିରୋଧରେ ଲୋନ୍ ସ୍କାମ ନେଇ ମାମଲା ରୁଜୁ କରିଥିଲା ଅର୍ଥନୈତିକ ଅପରାଧ ଶାଖା।

Comments are closed.