ନବୀନଙ୍କ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ: ପ୍ରଭୁ ଚାୱଲା

ଭୁବନେଶ୍ୱର – ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରାଇ ପାରିବେ ନାହିଁ । କାରଣ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ନାହାନ୍ତି । ଏହା କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା । ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏଭଳି ଟିପ୍ପଣୀ କରିଛନ୍ତି ପ୍ରଭୁ ଚାଓ୍ବଲା । ପ୍ରଭୁ ଚାଓ୍ବଲା କହିଛନ୍ତି, ଓଡ଼ିଶାରେ ରହିଛି ନବୀନ ଯାଦୁ । ନବୀନ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ । ନବୀନଙ୍କ ବିକଳ୍ପରେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭୁ ।

ସେ କହିଛନ୍ତି ଯେ, ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ତାଙ୍କ କାମ ହିଁ ଝଡ ସୃଷ୍ଟି କରେ । ୨୦୨୪ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

Comments are closed.