ଏକ୍ସର ଦକ୍ଷିଣ ଏସିଆ ଓ ଭାରତ ମୁଖ୍ୟଙ୍କ ଇସ୍ତଫା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ର ଭାରତ ଏବଂ ଦକ୍ଷିଣ ଏସିଆର ସରକାରୀ ବ୍ୟାପାର ମୁଖ୍ୟ ସମୀରନ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଲିଙ୍କଡିନ ଆକାଉଣ୍ଟରେ ଏକ ଅପଡେଟ୍ ମୁତାବକ ସେ ଆଉ ଏକ୍ସ ସହ ଜଡ଼ିତ ନାହାଁନ୍ତି ।

ଏଲନ୍ ମସ୍କ ଏହି ସୋସିଆଲ ମିଡ଼ିଆ କମ୍ପାନୀକୁ ଅଧିଗ୍ରହଣ କରିବା ପୂର୍ବରୁ ଗୁପ୍ତା ଫେବୃଆରୀ ୨୦୨୨ରେ ଏକ୍ସରେ ଯୋଗ ଦେଇଥିଲେ | ନଭେମ୍ବରରେ ମସ୍କ ଭାରତରେ କମ୍ପାନୀର ୮୦% ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଥିଲେ ମଧ୍ୟ ଗୁପ୍ତା ପଦ ବଜାୟ ରଖିଥିଲେ।

ଲିଙ୍କଡିନରେ ଗୁପ୍ତାଙ୍କ ଅପଡେଟ୍ ପ୍ରୋଫାଇଲ୍ ଅନୁଯାୟୀ ସେ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ୍ସରେ ଚାକିରି କରିଥିଲେ।

Comments are closed.