ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ ପରିବାର, ବାଟରେ କାର୍ କୁ ଟ୍ରକ ପିଟିବାରୁ ୨ ମହିଳା ମୃତ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ନମ୍ବର ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ କାରକୁ ଗୋଟିଏ ଟ୍ରକ୍ ପିଟିବାରୁ କାରରେ ଥିବା ୭ ଜଣଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଛନ୍ତି। ମୃତକ ଦୁଇଜଣ ମହିଳା । କାରରେ ମୋଟ ୭ ଜଣ ଥିଲେ । ଦ୍ୱାରଶୁଣି ମନ୍ଦିର ଦର୍ଶନ ପାଇଁ ଗୋଟିଏ ପରିବାରର ସଦସ୍ୟ ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆସୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ କାରଟି ଭାଙ୍ଗିରୁଜି ଯାଇଛି । ଅନ୍ୟ ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Comments are closed.