ନାବାଳକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗରଫ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଘରେ ପଶି ଜଣେ ନାବାଳକଙ୍କୁ ଛୁରାମାଡ କରି ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ନାବାଳକଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଜଣକ ସ୍ଵୀକାର କରିଥିବା ଡିଏସପି କହିଛନ୍ତି। ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି।

ନାବାଳକଙ୍କୁ କାହିଁକି ଛୁରାମାଡ ହେଲା, ତାହା ଜଣାପଡ଼ିନାହିଁ ।ପୋଲିସର ତନାଘନା ଜାରି ରହିଛି। ସୂଚନାଯୋଗ୍ୟ ଯେ, ବେଣାପଞ୍ଜରୀ ଗାଁରେ ନିଜ ଘରେ ସଂଧ୍ୟାବେଳେ ପଢୁଥିବା ବେଳେ ୧୪ ବର୍ଷିୟ ନାବାଳକ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ କେହି ଘରେ ପଶି ଛୁରାମାଡ କରିଥିଲେ । ଏଥିରେ ଶୁଭମଙ୍କ ମୃତ୍ୟୁ ହୋଇଥିଲା। ଶିକ୍ଷକ ମନୋରଞ୍ଜନ ପାଲଟାସିଂହଙ୍କ ପୁଅ ଶୁଭମ ସ୍ବରୂପ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଥିଲେ। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି।

Comments are closed.