ଆଜିଠୁ ପୁଣି ଶୀତ ବଢିବା ସମ୍ଭାବନା

ଭୁବନେଶ୍ୱର – ଆଜିଠୁ ରାଜ୍ୟରେ ଶୀତ ବଢିବା ସମ୍ଭାବନା ରହିଛି। ଶୀତ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ରାଜ୍ୟରେ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ। ଏହାପରେ ପାଗ ଅପରିବର୍ତ୍ତିତ ରହିବ। ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିଛି କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

Comments are closed.