ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ

ପ୍ରୟାଗରାଜ: ମଥୁରାର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର ପାଇଁ କରିଡର ନିର୍ମାଣ ଯୋଜନାକୁ ଆହ୍ଲାବାଦ ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଆନନ୍ଦ ଶର୍ମା ଏବଂ ମଥୁରାର ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି ପରେ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିୱାକର ଏବଂ ଜଷ୍ଟିସ ଆଶୁତୋଷ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ରାଜ୍ୟ ସରକାର କରିଡରର ବିକାଶ ସହ ଜଡିତ ଯୋଜନା କୋର୍ଟରେ ଉପସ୍ଥାପନ କରିଥିଲେ। ଦର୍ଶନ ଓ ପୂଜାପାଠ ପାଇଁ ଭକ୍ତମାନଙ୍କ ସୁବିଧା ସକାଶେ ମନ୍ଦିର ଚାରିପାଖରେ ପ୍ରାୟ ପାଞ୍ଚ ଏକର ଜମି ଅଧିଗ୍ରହଣ କରାଯିବ ବୋଲି ୟୁପି ସରକାର କହିଥିଲେ।

ମନ୍ଦିର ଚାରିପାଖରେ ଜବରଦଖଲ ଉଚ୍ଛେଦ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ କହିଛନ୍ତି ‌ହାଇକୋର୍ଟ । ସରକାର ପାର୍କିଂ କ୍ଷେତ୍ର ପରି ସୁବିଧା ମଧ୍ୟ କରିବେ ଏବଂ ଏହାର ଖର୍ଚ୍ଚ ମଧ୍ୟ ବହନ କରିବେ ।

Comments are closed.