ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା – ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ପରିବହନ ଯୋଜନା ‘ଲକ୍ଷ୍ମୀ’ ଅନ୍ତର୍ଗତ ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ କରିବ।

୩୯ଟି ରୁଟରେ ୫୨ ଗୋଟି ଲକ୍ଷ୍ମୀ ବସ ଯାତାୟାତ କରିବ। ଏହାଦ୍ବାରା ୯ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଘରଦୁଆରୁ ସହରକୁ ଯାଇପାରିବେ । ଜନସାଧାରଣ। ଲକ୍ଷ୍ମୀ ବସ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ।

Comments are closed.