ପଡ଼ିଆ ବାହାରେ ବି ସାମିଙ୍କ ପ୍ରଶଂସନୀୟ ପ୍ରଦର୍ଶନ, କାର୍ ଦୁର୍ଘଟଣାରେ ଆହତ ଲୋକଙ୍କୁ ବଞ୍ଚାଇଲେ

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ପଡ଼ିଆ ବାହାରେ ମଧ୍ୟ ନିଜ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ।

ସଦ୍ୟ ସମାପ୍ତ ଦିନିକିଆ ବିଶ୍ୱକପରେ ୨୪ ୱିକେଟ୍ ନେଇଥିବା ସାମି ଏକ କାର୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରି ଉଦାହରଣ ସୃଷ୍ଟି କରିଛନ୍ତି।

ସାମି ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ସେ ଲେଖିଛନ୍ତି, ସେ (ଆହତ ବ୍ୟକ୍ତି) ବହୁତ ଭାଗ୍ୟବାନ। ଆଲ୍ଲା ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି। ତାଙ୍କ କାର୍ ନୈନିତାଲ ନିକଟ ଘାଟି ରାସ୍ତାରୁ ତଳକୁ ଖସିପଡିଥିଲା। କାରଟି ମୋ କାର୍ ସାମ୍ନାରେ ଖସି ପଡ଼ିଥିଲା | ଆମେ ତାଙ୍କୁ ଅତି ନିରାପଦରେ ବାହାର କରିଥିଲୁ । ଜଣଙ୍କର ଜୀବନ ବଞ୍ଚାଇଥିବାରୁ ମୁଁ ବହୁତ ଖୁସି |

ଏହି ଭିଡିଓରେ ସାମି କାରରୁ ଉଦ୍ଧାର ବ୍ୟକ୍ତିଙ୍କୁ ବ୍ୟାଣ୍ଡେଜ୍ କରୁଥିବା ଦେଖିବାକୁ ମିଳୁଛି । ସାମି ଧଳା ପୋଷାକ ସହ ମୁଣ୍ଡରେ ଏକ ଲାଲ୍ ଟୋପି ପିନ୍ଧିଛନ୍ତି | ଦୁର୍ଘଟଣା ସ୍ଥଳରେ
ଏକ ଧଳା ରଙ୍ଗର କାର୍ ଏକ ଗଛକୁ ଧକ୍କା ଦେଇଥିବା ଦେଖିବାକୁ ମିଳୁଛି। କିଛି ଲୋକ ଏହାର ଚାରିପାଖରେ ଠିଆ ହୋଇଛନ୍ତି ।

ବିଶ୍ୱକପରେ ଶାମି ବଢ଼ିଆ ପ୍ରଦର୍ଶନ କରିଥିଲେ। ସେ ୨୪ ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲରେ ୭ଟି ଓ୍ବିକେଟ୍ ସାମି।

ଦିନିକିଆ କ୍ରିକେଟ୍ ଇତିହାସରେ ଏକ ଇନିଂସରେ ୭ଟି ୱିକେଟ୍ ନେବାରେ ସାମି ଭାରତର ପ୍ରଥମ ବୋଲର ହୋଇଥିଲେ।

Comments are closed.