୨୦୨୨ରେ ଓଡ଼ିଶାରେ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ, ସାରାଦେଶରେ ସର୍ବାଧିକ 

ଭୁବନେଶ୍ୱର- ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ସଫଳ ହେଉଛି । ରୁଜୁ ହୋଇଥିବା ଭିଜିଲାନ୍ସ ମାମଲାରୁ ଏହା ଜଣାପଡିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରେକର୍ଡ କରିଛି ଓଡ଼ିଶା ଭିଜିଲାନ୍ସ। ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ସେଲ୍ ପକ୍ଷରୁ ସର୍ବାଧିକ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି, ଯାହା କି ଦେଶରେ ସର୍ବାଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ – ଏନସିଆରବି ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

୨୦୨୨ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଏନସିଆର ବି ତଥ୍ୟ ଅନୁସାରେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି। ଏହାଛଡା ଗତବର୍ଷ ଲାଞ୍ଚ ଗ୍ରହଣ କରୁଥିବା ବେଳେ ୧୧୮ ଜଣ ସରକାରୀ କର୍ମଚାରୀଙ୍କୁ ଧରିଥିଲା ଓଡ଼ିଶା ଭିଜିଲାନ୍ସ ।

Comments are closed.