ଆଜିଠାରୁ କଟକରେ ବିଡବ୍ଲୁଏଫ ଟୁର ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

କଟକ- ଓଡ଼ିଶାରେ ପୁଣି ଏକ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତା। ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ବିଡବ୍ଲୁଏଫ ( ବ୍ୟାଡମିଣ୍ଟନ ୱାର୍ଲଡ ଫେଡେରେସନ ) ଟୁର ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଓଡିଶା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ଭାବେ ଏ‌ହା ଆୟୋଜନ ହେବ । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ୧୭ ତାରିଖ ଯାଏଁ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଇଣ୍ଡୋର ଷ୍ଟାଡିୟମର ୪ଟି କୋର୍ଟରେ ମ୍ୟାଚ ସବୁ ଖେଳାଯିବ । ଏଥିରେ ୨୭ଟି ଦେଶର ୩୨୪ ଜଣ ଖେଳାଳି ଭାଗ ନେଉଛନ୍ତି। ଏସିଆ ମହାଦେଶର ଏହି ମର୍ଯ୍ୟାଦାଜନକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଲାଗି କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶବିଦେଶର ଖେଳାଳି କଟକରେ ପହଞ୍ଚି ସାରିଲେଣି । କଟକରେ ଦ୍ୱିତୀୟ ଥର ଲାଗି ବିଡବ୍ଲୁଏଫ ଟୁର୍ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି ।

Comments are closed.