ଚିଲିକାରେ ପକ୍ଷୀ ଗଣନା ଆରମ୍ଭ 

ଖୋର୍ଦ୍ଧା – ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ବିଦେଶୀ ପକ୍ଷୀଙ୍କ ଗଣନା ଲାଗି ୫ଟି ରେଞ୍ଜ- ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ଚିଲିକାରେ ଆଦି ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୫ରୁ ୬ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ଜଳଭାଗରେ ୧୯ ଓ ସ୍ଥଳ ଭାଗରେ ୨ଟି ଟିମ୍‌ ରହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଗଣନା କାର୍ଯ୍ୟ ପାଇଁ ଜିପିଏସ, କ୍ୟାମେରା, ବାଇନାକୁଲାର ବ୍ୟବହାର ହେଉଛି।

ପକ୍ଷୀ ଗଣନା ସରିବା ଯାଏ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳ ବନ୍ଦ ରହିବ।

Comments are closed.