ବୁର୍ଲା ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ , ଫୁଟବଲ ତାଲିମ କେନ୍ଦ୍ର, ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର କରିବେ ଶିଳାନ୍ୟାସ

ଭୁବନେଶ୍ୱର – ରାଜ୍ୟରେ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ସହ ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନ କରିଆସୁଛନ୍ତି ରାଜ୍ୟ ସରକାର । ଜିଲ୍ଲାସ୍ତରରେ ବି କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ବ ଦିଆଯାଇଛି। ବୁର୍ଲାରେ କ୍ରୀଡାର ବିକାଶ ପାଇଁ ନିର୍ମିତ ହୋଇଛି ଏକ ଇଣ୍ଡୋର ଷ୍ଟାଡିୟମର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ସମ୍ବଲପୁରରେ ଫୁଟବଲ ତାଲିମ କେନ୍ଦ୍ର ଓ ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

Comments are closed.