ସମ୍ବଲପୁରରେ ହେବ କ୍ରୀଡାର ବିକାଶ: ବୁର୍ଲା ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର – ସମ୍ବଲପୁରରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାରେ ୩୨ କୋଟି ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଥିସହ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁନିଭର୍ସିଟି ସ୍ପୋର୍ଟସ କମ୍ପ୍ଲେକ୍ସର ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

୫-ଟି ଅଧୀନରେ ହେଉଥିବା ପ୍ରକଳ୍ପରେ ଲୋକଙ୍କୁ କେମିତି ସୁଫଳ ମିଳିବ ସେଥିପାଇଁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ଦିନକୁ ଦିନ ଫୁଟବଲ ପ୍ରତି ଯୁବବର୍ଗଙ୍କର ବଢୁଥିବା ଆଗ୍ରହକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏଥିପାଇଁ ଫୁଟବଲ ଏକାଡେମୀର ପ୍ରତିଷ୍ଠା କରାଯାଉଛି । ଏଥିରେ ଫିଫା ସ୍ୱୀକୃତିପ୍ରାପ୍ତ ଟର୍ଫ ଓ ଫ୍ଲଡଲାଇଟ ସିଷ୍ଟମ ରହିବ । ବୁର୍ଲା ଇନଡୋର ଷ୍ଟାଡିୟମରେ ୪୦୦ ଲୋକଙ୍କ ବସିବାର କ୍ଷମତା ରହିଥିବା ବେଳେ, ସେଣ୍ଟ୍ରାଲ ଏସିର ବ୍ୟବସ୍ଥା କରାଯାଇଛି । ଏହାସହ ଫାଷ୍ଟଏଡ ରୁମ୍, ଚେଞ୍ଜିଂ ରୁମ୍, ଜିମ୍ ରହିଛି । କ୍ୟାରମ, ଚେସ ଭଳି ଖେଳ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ପାଇଁ ଏହି ଇନଡୋର ଷ୍ଟାଡିୟମ ବେଶ ସହାୟକ ହେବ ।

ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ହକି ଷ୍ଟାଡିୟମର ମଧ୍ୟ ନିର୍ମାଣ ହେବ । ଯେଉଁଥିରେ ଏକାଥରକେ ୩ ହଜାର ଲୋକ ବସିପାରିବେ । କାର୍ଯ୍ୟକ୍ରମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପରିଚାଳନା କରିଥିଲେ ।

Comments are closed.