ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଭେଇକିଲ ଇନ୍ସପେକ୍ଟର -ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ କାର୍ଯ୍ୟାଳୟ ଓ ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘର, କଟକ ସାଲେପୁରର ପୈତୃକ ଘରେ ଚଢ଼ାଉ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ୬ଜଣ ଭିଜିଲାନ୍ସ ଡିଏସପି, ୩ଜଣ ଇନସପେକ୍ଟର, ୮ଜଣ ଏଏସଆଇ ଓ ଅନ୍ୟାନ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି।

Comments are closed.