ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି, ବନ୍ଦ ରହିବ ମଦ ଦୋକାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଦୃଷ୍ଟିରୁ ଉତ୍ତର ପ୍ରଦେଶ ସରକାର ଜାନୁଆରୀ ୨୨ରେ ରାଜ୍ୟର ସବୁ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରିଛନ୍ତିି । ଏହାଛଡ଼ା ସେହି ଦିନ ରାଜ୍ୟରେ ସବୁ ମଦ ଦୋକାନ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ତସ୍ତୁତିର ତଦାରଖ କରୁଛନ୍ତି। ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନ ଭାବେ ଯୋଗଦେବେ। ଏହାଛଡ଼ା ଦେଶ ଓ ବିଦେଶରୁ ପ୍ରାୟ ୭୦୦୦ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି।

Comments are closed.