ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ଚଣ୍ଡିଗଡ଼: ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଦଳର ପ୍ରଥମ ତାଲିକାରେ କୌଣସି ନୂଆ ଚେହେରା ନାହାନ୍ତି। ପଞ୍ଜାବ ବିଧାନସଭାରେ ଦଳର ନେତୃତ୍ୱ ନେଉଥିବା ହରପାଲ ସିଂଙ୍କୁ ଦିର୍ବାରୁ ଟିକେଟ୍ ଦିଆଯାଇଛି।

ଗଢଶଙ୍କରରୁ ଜୟ କିଶନ ରୋଢି ପ୍ରାର୍ଥୀ ହୋଇଥିବା ବେଳେ ଜଗରୁନରୁ ସରବଜିତ୍ କୌର ମନୁକେ, ନିହାଲ ସିଂ ୱାଲାରୁ ମଞ୍ଜିତ ବିଲାସପୁର, କୋଟକାପୁରାରୁ କୁଲତର ସିଂ ସାନ୍ଧୱା, ତଲୱାଣ୍ଡି ସାବୋରୁ ବଲଜିନ୍ଦର କୌର, ବୁଦ୍ଧଲାଡାର ହରପ୍ର ସିଂ ଚେମା ଟିକେଟ୍ ପାଇଛନ୍ତି। ବିଧାନସଭା ନିର୍ବାଚନରେ ​​ବର୍ଣ୍ଣାଲାରୁ ଗୁରୁମିତ ସିଂ ଏବଂ ମେହଲ କାଲାନରୁ କୁଲୱନ୍ତ ପାଣ୍ଡୋରିଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା ହୋଇଛି।

୨୦୧୭ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳ ୧୧୭ଟି ସିଟ୍ ମଧ୍ୟରୁ ୮୭ ଟି ଜିତି ସରକାର ଗଠନ କରିଥିଲା। ଆମ୍ ଆଦମୀ ପାର୍ଟି ୨୦ ଟି ସିଟ୍ ଜିତି ମୁଖ୍ୟ ବିରୋଧୀ ଦଳ ହୋଇଥିଲା।

Comments are closed.