ଆମିର ଖାନ୍ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଆମିର ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି । ଆମିରଙ୍କ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଆମିର ଏବେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ସବୁ କୋଭିଡ୍ ନିୟମ ପାଳନ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କୋଭିଡ୍ ଟେଷ୍ଟ କରାଇବାକୁ ଆମିରଙ୍କ ପ୍ରବକ୍ତା ଅନୁରୋଧ କରିଛନ୍ତି ।

ଗତ ସପ୍ତାହରେ ନିଜ ୫୬ତମ ଜନ୍ମଦିନ ଅବସରରେ ଆମିର ସୋସିଆଲ ମିଡିଆ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ । ଆମିରଙ୍କୁ ନିକଟରେ ରିଲିଜ୍ ହୋଇଥିବା ଏକ ଫିଲ୍ମର ଗୀତ ‘ହର୍ ଫନ୍ ମୌଲା’ରେ ସ୍ପେଶାଲ୍ ଆପିଏରାନ୍ସରେ ଦେଖିବାକୁ ମିଳିଥିଲା । ତାଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ‘ଲାଲ ସିଂ ଚଢ଼ା’ । ଏଥିରେ ଆମିରଙ୍କ ସହ କରୀନା କପୁର ଖାନ ଅଭିନୟ କରୁଛନ୍ତି । ଏଥିରେ ସଲମାନ ଓ ଶାହରୁଖ ଖାନଙ୍କୁ ବି ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ ।

Comments are closed.