ଆପର ଅଭିଯୋଗ: ବିଧାୟକଙ୍କୁ ଇଡି-ସିବିଆଇ ଭୟ ଦେଖାଇ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି।

ଦିଲ୍ଲୀ ବିଧାନସଭାରେ ବିଜେପିର ୮ ଜଣ ବିଧାୟକ ଅଛନ୍ତି।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପର ରାଜ୍ୟସଭା ସଦସ୍ୟ ରାଘବ ଚଢ଼ା ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କ ଦଳର ବିଧାୟକଙ୍କୁ ଦୁଇଟି ବିକଳ୍ପ ଦେଉଛି – ସେମାନେ ବିଜେପିରେ ଯୋଗ ଦିଅନ୍ତୁ ନଚେତ୍ ସିବିଆଇ-ଇଡି ସେମାନଙ୍କୁ ଜେଲରେ ପୂରାଇବ।

ଦିଲ୍ଲୀ ବିଧାନସଭା ଅଧିବେଶନରେ କେଜ୍ରିୱାଲ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେପି ଯୋଜନା କରୁଛି।

ଚଢ଼ା କହିଛନ୍ତି, “ବିଧାନସଭାରେ ୬୨ ବିଧାୟକ ସହ ଆପ୍ ପାଖରେ ପୂର୍ଣ୍ଣ ବହୁମତ ରହିଛି । ବିଜେପିର ୮ ଜଣ ବିଧାୟକ ଅଛନ୍ତି, କିନ୍ତୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସରକାରର ଯେପରି ପତନ ଘଟିଥିଲା, ଠିକ୍ ସେହିପରି ଅନାସ୍ଥା ପ୍ରସ୍ତାବ ଆଳରେ ବିଧାୟକ କିଣି ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି ‌।

ସେ କହିଛନ୍ତି ଯେ ବିଜେପି ଆମର ବିଧାୟକଙ୍କୁ ଦୁଇଟି ବିକଳ୍ପ ଦେଉଛି – ବିଜେପିରେ ଯୋଗ ଦିଅ ନଚେତ୍ ସିବିଆଇ ଓ ଇଡି ସେମାନଙ୍କୁ ଜେଲରେ ପୂରାଇବ।

Comments are closed.