“ଯେବେ ଏକ ବଡ଼ ଗଛ ପଡ଼େ…” ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ଟ୍ବିଟ୍

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କଂଗ୍ରେସ ନେତା ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ସ୍ମରଣ କରି ଏକ ଟ୍ବିଟ୍ କରିଥିଲେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଟ୍ୱିଟକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି ।

ତାଙ୍କ ମୃତ୍ୟୁ ବାର୍ଷିକୀରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଅଧୀର ରଂଜନ ଟ୍ବିଟରରେ ଏକ ଗ୍ରାଫିକ୍ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟରରେ ରାଜୀବ ଗାନ୍ଧୀଙ୍କର ହିଁ ଏକ ବିବାଦୀୟ ମନ୍ତବ୍ୟ ଉଲ୍ଲେଖ ରହିଥିଲା । ଅଧୀର ରଂଜନଙ୍କ ଏହି ପୋଷ୍ଟରେ ଲେଖାଥିଲା – ‘ଯେତେବେଳେ ଏକ ବଡ଼ ଗଛ ପଡ଼େ, ଭୂଇଁ ଥରିଉଠେ’ |

ରାଜୀବ ଗାନ୍ଧୀ ତାଙ୍କ ମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ ବିରୋଧୀ ଦଙ୍ଗାକୁ ନେଇ ଏଭଳି ମନ୍ତବ୍ୟ ଦେଇଥିଲେ ।

ଅଧୀର ରଂଜନ ପରେ ତାଙ୍କର ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ସେ ଆଉ ଏକ ଟ୍ବିଟ୍ କରି ଏହିଋ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଥିଲେ । ଅଧୀର ରଂଜନ କହିଥିଲେ ଯେ ମୋର ଏହା (ବିବାଦୀୟ ପୋଷ୍ଟ) ସହ କୌଣସି ସମ୍ପର୍କ ନାହିଁ। ବିରୋଧୀ ଦଳ ମୋ ବିରୁଦ୍ଧରେ ଏକ ଅପପ୍ରଚାର ଅଭିଯାନ ଚଳାଇଛି ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ଦଳର ନେତା ଶନିବାର ତାଙ୍କ ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଧୁନିକ ଭାରତ ନିର୍ମାଣରେ ରାଜୀବ ଗାନ୍ଧୀଙ୍କ ଅବଦାନକୁ ମଧ୍ୟ ସେମାନେ ମନେ ପକାଇଛନ୍ତି। ସୋନିଆ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଂଗଠନର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଏବଂ କଂଗ୍ରେସର ବହୁ ନେତା ‘ବୀର ଭୁମି’ରେ ପହଞ୍ଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.