'ମେକ୍ ଇନ୍ ଇଣ୍ଡିଆ' ଯୋଜନାକୁ ଝଟକା, ଜେନେରାଲ ମୋଟର୍ସ ଓ ହାର୍ଲି ଡେଭିଡସନ ପରେ ଫୋର୍ଡ ଭାରତ ଛାଡ଼ିଲା | News Room Odisha

‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାକୁ ଝଟକା, ଜେନେରାଲ ମୋଟର୍ସ ଓ ହାର୍ଲି ଡେଭିଡସନ ପରେ ଫୋର୍ଡ ଭାରତ ଛାଡ଼ିଲା

ନୂଆଦିଲ୍ଲୀ: ଆମେରିକାର କାର୍ କମ୍ପାନୀ ଫୋର୍ଡ ଭାରତରେ ନିଜ ପ୍ଲାଣ୍ଟ ବନ୍ଦ କରିବ। କମ୍ପାନୀ ଏହା ଘୋଷଣା କରିଛି । କମ୍ପାନୀ କହିଛି ଯେ ଭାରତୀୟ ବଜାରରେ ଏକ ସ୍ଥିର ସ୍ଥାନ ସୃଷ୍ଟି କରିବାର ପ୍ରୟାସ ବିଫଳ ହୋଇଛି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫୋର୍ଡ କମ୍ପାନୀ ଆଉ ଭାରତରେ କାର ନିର୍ମାଣ କରିବ ନାହିଁ। ଫୋର୍ଡ ର ଏହି ନିଷ୍ପତ୍ତି ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ପାଇଁ ଏକ ବଡ ଝଟକା କୁହାଯାଉଛି । କାରଣ ଫୋର୍ଡ ପୂର୍ବରୁ ମଧ୍ୟ ଦୁଇ କମ୍ପାନୀ ଭାରତରେ ନିଜ ପ୍ଲାଣ୍ଟ ବନ୍ଦ କରିଦେଇଥିଲେ। ଗତ ବର୍ଷ ହାର୍ଲି ଡେଭିଡସନ ଏବଂ ୨୦୧୭ରେ ଜେନେରାଲ ମୋଟର୍ସ ଭାରତ ଛାଡିଥିଲେ। ଫୋର୍ଡ କହିଛି ଯେ ଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ୨ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି। ୨୦୧୯ରେ କମ୍ପାନୀର ୮୦୦ ମିଲିୟନ୍ ଡଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା |

ଚେନ୍ନାଇରେ ଇଞ୍ଜିନ ତିଆରି କରୁଥିବା ଏବଂ କାର ଏସେମ୍ବ୍ଲିଂ କରୁଥିବା ଫୋର୍ଡର କାରଖାନା ଆସନ୍ତା ବର୍ଷ ଦ୍ୱିତୀୟ ତ୍ରୈୟମାସିକ ସୁଦ୍ଧା ବନ୍ଦ ହୋଇଯିବ। ଏହି କାରଣରୁ ପ୍ରାୟ ଚାରି ହଜାର କର୍ମଚାରୀ ପ୍ରଭାବିତ ହେବେ।