ପରିସ୍ରାକାଣ୍ଡ: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଚାରି ମାସ ବ୍ୟାନ୍ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପରିସ୍ରାକାଣ୍ଡ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ଉପରେ ଏୟାର ଇଣ୍ଡିଆ ଚାରିମାସ ପାଇଁ କଟକଣା ଲଗାଇଛି । ଗତ ବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ମିଶ୍ରା ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା ।

ମହିଳାଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଜାନୁଆରୀ ୪ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଜାନୁଆରୀ ୭ରେ ବାଙ୍ଗାଲୋର ପୋଲିସ ସହାୟତାରେ ସହରର ସଞ୍ଜୟ ନଗର ଅଞ୍ଚଳରୁ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

ଅଭିଯୁକ୍ତ ଶଙ୍କର ମିଶ୍ରା ତାଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରିଥିଲେ। ଗତ ସପ୍ତାହରେ ସେ କୋର୍ଟଙ୍କୁ କହିଥିଲେ ଯେ ମହିଳା ଜଣକ ନିଜେ ନିଜ ସିଟରେ ପରିସ୍ରା କରି ଦେଇଥିଲେ |

ଏଭଳି ମିଛ ଦାବି ନେଇ ମିଶ୍ରାଙ୍କୁ ମହିଳା ଜଣକ ସମାଲୋଚନା କରିଥିଲେ । ସେ କହିଥିଲେ – ଅନୁତାପ କରିବା ପରିବର୍ତ୍ତେ ଅଭିଯୁକ୍ତ ଓଲଟି ମୋ ବିରୋଧରେ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ।

Comments are closed.