ପରିସ୍ରା କାଣ୍ଡ: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ନୂଆ ଦାବି, କହିଲେ ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଥିଲେ | News Room Odisha

ପରିସ୍ରା କାଣ୍ଡ: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ନୂଆ ଦାବି, କହିଲେ ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଥିଲେ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପରିସ୍ରା କାଣ୍ଡ ଅଭିଯୁକ୍ତ ଶଙ୍କର ମିଶ୍ରା ତାଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ମିଶ୍ରା କୋର୍ଟକୁ କହିଛନ୍ତି ଯେ ମହିଳାଙ୍କ ଉପରେ ସେ ପରିସ୍ରା କରିନଥିଲେ ବରଂ ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଥିଲେ । ମିଶ୍ରା କହିଛନ୍ତି ଯେ ମହିଳା ଜଣକ ଜଣେ କଥକ ନୃତ୍ୟଶିଳ୍ପୀ । ଏବଂ ପ୍ରାୟ ୮୦ ପ୍ରତିଶତ କଥକ ନୃତ୍ୟଶିଳ୍ପୀଙ୍କର ଏଭଳି ସମସ୍ୟା (ନିଜ ଲୁଗାରେ ପରିଶ୍ରା କରିବା) ଥାଏ |

ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନର ‘ବିଜିନେସ୍ କ୍ଲାସରେ ଅଭିଯୁକ୍ତ ଶଙ୍କର ମିଶ୍ରା ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ଗତ ସପ୍ତାହରେ ବେଙ୍ଗାଲୁରୁରୁ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରିଥିଲା ।

ଶଙ୍କର ମିଶ୍ରାଙ୍କ ପୋଲିସ ରିମାଣ୍ଡ ବୃଦ୍ଧି ପାଇଁ ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛି । ତେବେ ଏନେଇ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟକୁ ଯିବାକୁ ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି ।