ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ, ୪ ଭାରତୀୟ ସହ ବିମାନରେ ଥିଲେ ୨୨ ଯାତ୍ରୀ

କାଠମାଣ୍ଡୁ: ନେପାଳର ତାରା ଏୟାରର ଏକ ଡବଲ୍ ଇଞ୍ଜିନ୍ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି | ନେପାଳର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବିମାନରେ ୨୨ ଜଣ ଯାତ୍ରୀ ଥିଲେ । ଏଥିରେ ୪ ଜଣ ଭାରତୀୟ ମଧ୍ୟ ରହିଥିବା ଜଣାପଡିଛି । ଏହି ବିମାନ ସକାଳ ୯:୫୫ ରେ ପୋଖରାରୁ ଜୋମସୋମ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହେବା ପରେ ଏହି ସୂଚନା ସାର୍ବଜନୀନ କରାଯାଇଥିଲା। ବିମାନ ଖୋଜିବା ପାଇଁ ହେଲିକପ୍ଟର ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।ଜୋମସୋମରେ ଖରାପ ପାଗ ଯୋଗୁଁ ବିମାନ ସହ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ଏହା ପୂର୍ବରୁ ସକାଳେ ଦୁଇଟି ସମ୍ମିଳିତ ଏୟାର ବିମାନ ଜୋମସୋମରେ ପହଞ୍ଚିଥିଲା ।

Comments are closed.