ଆଲିଆ ଭଟ୍ଟ ଗର୍ଭବତୀ, ଇନଷ୍ଟାଗ୍ରାମରେ ଦେଲେ ଖୁସି ଖବର

ମୁମ୍ବାଇ: ବିବାହର ତିନି ମାସ ପରେ ମାତାପିତା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ତାଙ୍କ ଅଭିନେତା ସ୍ବାମୀ ରଣବୀର କପୁର। ସେ ଗର୍ଭବତୀ ଥିବା ଆଲିଆ ଘୋଷଣା କରିଛନ୍ତି। ସୋମବାର ଇନଷ୍ଟାଗ୍ରାମରେ ସେ ଏହି ସୂଚନା ଦେଇଛନ୍ତି । ଆଲିଆ ଏକ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ସେସନର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁର ମଧ୍ୟ ତାଙ୍କ ପାଖରେ ବସିଛନ୍ତି। ଏ‌ହି ଫଟୋ ସହିତ ଆଲିଆ ଲେଖିଛନ୍ତି, ‘ଆମ ସନ୍ତାନ … ଶୀଘ୍ର ଆସୁଛି।’

ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଆଲିଆ (୨୯) ଓ ରଣବୀର (୩୯) ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ | ଦୁହେଁ ପ୍ରଥମ ଥର ପାଇଁ “ବ୍ରହ୍ମାସ୍ତ୍ର: ପାର୍ଟ ଓ୍ବାନ ଶିବ” ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିବେ | ଏହି ଫିଲ୍ମ ସେପ୍ଟେମ୍ବର ୯ରେ ରିଲିଜ୍ ହେବ |

Comments are closed.