ଆସନ୍ତା ୨୩ରୁ ଶ୍ରୀମନ୍ଦିର ସମେତ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା

ପୁରୀ – ଡିସେମ୍ବର ୨୩ରୁ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ । ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ପାଳନ କରାଯାଇ ସବୁ ଧର୍ମାନୁଷ୍ଠାନ ଖୋଲିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହେଉଛି । ୩୧ ତାରିଖ ଯାଏ କେବଳ ପୁରୀ ଲୋକେ ଶ୍ରୀମନ୍ଦିରରେ ଦର୍ଶନ କରିବେ । ୱାର୍ଡ ଅନୁସାରେ ଲୋକଙ୍କୁ ଦର୍ଶନ ମିଳିବ ।

Comments are closed.