କ୍ଷୀର ଲିଟର ୩ ଟଙ୍କା ବଢ଼ାଇଲା ଅମୁଲ

ନୂଆଦିଲ୍ଲୀ: ଅମୁଲ ପୁଣି ଥରେ କ୍ଷୀର ଦର ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୩ ଟଙ୍କା ବଢ଼ାଇ ଦେଇଛି। ନୂଆ ଦର ତତ୍କାଳ ଲାଗୁ ହେବ | ଏହି ବୃଦ୍ଧି ପରେ ଅମୁଲ ଗୋଲ୍ଡ ମୂଲ୍ୟର ଲିଟର ପିଛା ୬୬ ଟଙ୍କା, ଅମୁଲ ଫ୍ରେଶ ଲିଟର ପିଛା ୫୪ ଟଙ୍କା, ଅମୁଲ ଗାଇ କ୍ଷୀର ଲିଟର ପିଛା ୫୬ ଟଙ୍କା ଏବଂ ଅମୁଲ ବଫାଲୋ କ୍ଷୀରର ମୂଲ୍ୟ ଲିଟର ପିଛା ୭୦ ଟଙ୍କା ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅମୁଲ ଗତ ବର୍ଷ ଅକ୍ଟୋବରରେ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଅମୁଲ ଚଳିତ ବର୍ଷ ପ୍ରଥମ ଥର ଦର ବୃଦ୍ଧି କରିଛି । ଡିସେମ୍ବର ମାସରେ ମଦର ଡେୟରୀ ଦିଲ୍ଲୀ ଏନସିଆରରେ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

Comments are closed.