ପାକିସ୍ତାନ-ପଞ୍ଜାବ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଦୁଇ ଆତଙ୍କବାଦୀ ନିପାତ

ଚଣ୍ଡିଗଡ଼ – ପଞ୍ଜାବର ଅଟାରୀ ସୀମାରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଜବତ କରିଛି ବିଏସ୍‌ଏଫ୍ । ସୂଚନା ଅନୁସାରେ ଅମୃତସର ଜିଲ୍ଲା ଅଟାରୀ ସ୍ଥିତ ରାଜାତଲ ସଂଲଗ୍ନ ପାକିସ୍ତାନ ସୀମା ପଟୁ ଦୁଇ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ସେମାନଙ୍କୁ ରୋକିବା ପାଇଁ ପାଇଁ ବିଏସ୍‌ଏଫ୍ ଉଦ୍ୟମ କରିବା ପରେ ଗୁଳି ବିନିମୟ ଘଟିଥିଲା । ଘଟଣାସ୍ଥଳରେ ଦୁଇ ପାକ୍ ଆତଙ୍କବାଦୀ ନିହତ ହୋଇଥିଲେ । ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ସିଲ୍ କରି ସର୍ଚ ଅପରେସନ ଜାରି ରଖିଛନ୍ତି । ଗତ ରବିବାର ମଧ୍ୟ ସୁରକ୍ଷା ବାହିନୀ ଜାମ୍ମ-କାଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଆଉ କିଛି ଆତଙ୍କବାଦୀ ପୁ’ ଜିଲ୍ଲାରୁ ଧରାପଡ଼ିଥିଲେ ।

Comments are closed.