ବିଜେପିରେ ଆରଜେଡିର ଆଉ ଜଣେ ବିଧାୟକ

ପାଟଣା: ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ପୁଣି ଏକ ଝଟକା ଲାଗିଛି । ଭବୁଆର ଆରଜେଡି ବିଧାୟକ ଭରତ ବିନ୍ଦ ବିଜେପିରେ ମିଶିଛନ୍ତି। ସେ କହିଛନ୍ତି ବିଜେପିର ନୀତି ତାଙ୍କୁ ଭଲ ଲାଗିଲା। ତେଣୁ ସେ ଏହି ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଛାଡି ଏନଡିଏକୁ ଫେରିବା ପରେ ଆରଜେଡିର ପାଞ୍ଚ ଜଣ ବିଧାୟକ ଏବଂ କଂଗ୍ରେସର ଦୁଇଜଣ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି ।

Comments are closed.