ଫିଫା ବିଶ୍ୱକପ: ନକ୍ ଆଉଟ୍‌ରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା: ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦ୍ଵିତୀୟ ବିଜୟ ସହ ଫିଫା ବିଶ୍ଵକପର ନକ୍ ଆଉଟ୍‌ରେ ପ୍ରବେଶ କରିଛି। ବୁଧବାର ଗ୍ରୁପ୍-ସି’ର ଏକ ମ୍ୟାଚରେ ଦୁଇ ଥରର ଚାମ୍ପିୟନ ଆର୍ଜେଣ୍ଟିନା ୨-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଥିଲା। ଆର୍ଜେଣ୍ଟିନା ୬ ପଏଣ୍ଟ ସହ ଗ୍ରୁପ୍ ଶୀର୍ଷ ସ୍ଥାନ ଦଖଲ କରି ଆର୍ଜେଣ୍ଟିନା ରାଉଣ୍ଡ-୧୬ରେ ପ୍ରବେଶ କରିଛି। ପରାଜିତ ହୋଇଥିଲେ ହେଁ ପୋଲାଣ୍ଡ ମଧ୍ୟ ରାଉଣ୍ଡ-୧୬ରେ ପ୍ରବେଶ କରିଥିଲା।

ଅନ୍ୟ ମ୍ୟାଚରେ ମେକ୍ସିକୋ ୨-୧ ଗୋଲରେ ସାଉଦି ଆରବକୁ ହରାଇବାରୁ ପୋଲାଣ୍ଡର ନକ୍ ଆଉଟକୁ ଉନ୍ନୀତ ହେବା ପଦ ପରିଷ୍କାର ହୋଇଯାଇଥିଲା । ଷ୍ଟାଡିୟମ ୯୭୪ରେ ଖେଳାଯାଇଥିବା ଏହି ମ୍ୟାଚରେ ୩୭ତମ ମିନିଟ୍‌ରେ ମେସି ଏକ ପେନାଲ୍ଟି ମିସ୍ ରିଦେଇଥିଲେ । ତାଙ୍କ ସଟକୁ ପୋଲାଣ୍ଡ ଗୋଲକିପର ବୋଜିତ୍ସକ ସଜେସ୍ନି ଅଟକାଇ ଦେଇଥିଲେ ।

ଦ୍ଵିତୀୟାର୍ଦ୍ଧ ଆରମ୍ଭ ହେଉ ହେଉ ଆର୍ଜେଣ୍ଟିନା ଗୋଲ୍ ଖାତା ଖୋଲିବାରେ ସଫଳ ହୋଇଥିଲା । ଓମୋଲିନାଙ୍କ ଏକ ପାସ୍‌କୁ ଆଲେକ୍ଟ୍ରିସ ମାକ ଆଲିଷ୍ଟର ଗୋଲରେ ପରିଣତ କରିଥିଲେ । ଏହାପରେ ଆର୍ଜେଣ୍ଟିନା ଆକ୍ରମଣ ଜାରି ରଖି ବାରମ୍ବାର ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ୬୭ତମ ମିନିଟ୍‌ରେ ଇଞ୍ଜା ଫର୍ଣ୍ଣାଣ୍ଡିସଙ୍କ ଏକ ପାସ୍‌କୁ ଜୁଲିଆନ ଆଲଭାରେଜ ପୋଲାଣ୍ଡ ଗୋଲ୍ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧-୦ ଗୋଲରେ ଡେନମାର୍କକୁ ହରାଇ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛି ।

Comments are closed.