ଆଇପିଏଲ୍ ୨୦୨୩: ଧୋନିଙ୍କ ପାଦ ଛୁଇଁଲେ ଅରିଜିତ୍ ସିଂ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଏସ୍ଏସ୍ ଧୋନିଙ୍କ କ୍ରେଜ୍ ଆଦୌ କମିନାହିଁ । ପ୍ରଶଂସକ ଏବେ କେବଳ ଆଇପିଏଲରେ ହିଁ ତାଙ୍କୁ ଆକ୍ସନରେ ଦେଖନ୍ତି । ସେ ଏପରି ଜଣେ କ୍ରିକେଟର ଯାହାଙ୍କୁ ଲୋକେ ଭଲ ପାଆନ୍ତି ଓ ବହୁତ ସମ୍ମାନ କରନ୍ତି | ଲୋକପ୍ରିୟ ଗାୟକ ଅରିଜିତ୍ ସିଂ ମଧ୍ୟ ଶୁକ୍ରବାର ଆଇପିଏଲର ଉଦଘାଟନୀ ସମାରୋହରେ ଧୋନିଙ୍କ ପାଦ ଛୁଇଁ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ପ୍ରତି ତାଙ୍କ ସମ୍ମାନ ଜଣାଇଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।‌‌ଏହାପରେ ଯେତେବେଳେ ଧୋନି କଳାକାରଙ୍କୁ ଭେଟିବା ପାଇଁ ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ଗାୟକ ଅରିଜିତ୍ ସିଂ ନଇଁ ପଡ଼ି ଧୋନିଙ୍କ ପାଦ ଛୁଇଁଥିଲେ । ଏହା ଦେଖି ଦର୍ଶକମାନେ ପାଟିକରି ତାଳି ମାରିଥିଲେ । ଆଇପିଏଲ୍ ୨୦୨୩ ଉଦଘାଟନୀ ସମାରୋହରେ ଅରିଜିତ ସିଂଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆ ଓ ରଶ୍ମିକା ମନ୍ଦନା ମଧ୍ୟ ଉପସ୍ଥିତ ଥିଲେ।

ଅରିଜିତ୍ ସିଂ, ଧୋନିଙ୍କ ପାଦ ଛୁଇଁବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲୋକ ଅରିଜିତଙ୍କୁ ପ୍ରଶଂସା କରୁଛନ୍ତି | ଲୋକେ ଭାରତୀୟ ସଂସ୍କୃତି ସହିତ ଏହାକୁ ଯୋଡ଼ି ଦେଖୁଛନ୍ତି | ବଡ଼ ମାନଙ୍କ ପାଦ ଛୁଇଁବା ଭାରତୀୟ ସଂସ୍କାର ବୋଲି ସେମାନେ କହିଛନ୍ତି ଓ ଅରିଜିତ ସିଂଙ୍କୁ ପ୍ରଶଂସା କରିଛନ୍ତି ।

ଆଇପିଏଲର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ୫ ଓ୍ବିକେଟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି ।

ଆଜି (ଏପ୍ରିଲ ୧) ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯିବ । ମୋହାଲିରେ ପ୍ରଥମ ମ୍ୟାଚରେ ପଞ୍ଜାବ-କୋଲକାତା ମୁହାଁମୁହିଁ ହେବାକୁ ଥିବାବେଳେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ ।

Comments are closed.