କାଶ୍ମୀରର ଗୁରେଜ୍ ସେକ୍ଟରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କାଶ୍ମୀରର ଗୁରେଜ୍ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଏକ ଦୁର୍ଗମ ତଥା ବରଫାବୃତ ଅଞ୍ଚଳରେ ଭାରତୀୟ ବାୟୁସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ଖବର ନାହିଁ । ହେଲିକପ୍ଟରରେ ପାଇଲଟଙ୍କ ସହ ଜଣେ ସହପାଇଲଟ୍ ଥିଲେ । ଏକ ଅସୁସ୍ଥ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀଙ୍କୁ ନେବାକୁ ଯାଉଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଜଣେ ଅଧିକାରୀ କହିଛନ୍ତି ଯେ ହେଲିକପ୍ଟରଟି ଅବତରଣ କରିବାର କିଛି ମିନିଟ ପୂର୍ବରୁ ଖରାପ ପାଗ ଯୋଗୁଁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ୍ ସେକ୍ଟର ଗୁଜ୍ରାନ୍ ଡ୍ରେନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି । ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ସହ ଜଡିତ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଆମେ ସରକାରୀ ସୂତ୍ରରୁ ବିସ୍ତୃତ ସୂଚନାକୁ ଅପେକ୍ଷା କରିଛୁ |

ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ଏକ ସେନା ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାମିଲନାଡୁର କୁନୁରରେ ଏହି ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ଦେଶର ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ହେଲିକପ୍ଟରରେ ଥିବା ସମସ୍ତ ସୁରକ୍ଷା ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା |

Comments are closed.