ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି କାଲି ଯାଏଁ ସ୍ଥଗିତ

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ସେସନ୍ସ କୋର୍ଟ କୌଣସି ନିଷ୍ପତ୍ତି ନେଇପାରି ନାହାଁନ୍ତି । କୋର୍ଟ ଗୁରୁବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଆସନ୍ତାକାଲି ପୁଣି ଥରେ ଏହି ମାମଲାର ଶୁଣାଣି ହେବ। ଫଳରେ ଆର୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିବ ।

ଏହା ପୂର୍ବରୁ ଏନସିବି ଏହାର ଜବାବ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିଥିଲା। ଏଥିରେ ଏନସିବି ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରି କହିଥିଲା ଯେ ଜଣେ ଅଭିଯୁକ୍ତର ଭୂମିକା ଅନ୍ୟଠାରୁ ଅଲଗା ହୋଇପାରିବ ନାହିଁ। ଅଭିଯୁକ୍ତ (ଆର୍ଯ୍ୟନ୍ ଖାନ୍) ଙ୍କ ଠାରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ସେ ଏହି ଷଡଯନ୍ତ୍ରରେ ଜଡିତ ଅଛନ୍ତି।

Comments are closed.