ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲୋଟ

ଜୟପୁର: ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଗେହଲୋଟ୍ ରବିବାର ସନ୍ଧ୍ୟାରେ ରାଜ ଭବନରେ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କ ନିକଟରେ ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ।

ରାଜ୍ୟପାଳ ଗେହଲୋଟଙ୍କ ଇସ୍ତଫା ତତ୍କାଳ ଗ୍ରହଣ କରିବା ସହ ରାଜ୍ୟରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପଦରେ ରହିବାକୁ ତାଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ରାଜ୍ୟର ୨୦୦ଟି ଆସନ ମଧ୍ୟରୁ ୧୯୯ ଟିରେ ମତଦାନ ହୋଇଥିଲା, ଯାହାର ଫଳାଫଳ ରବିବାର ଆସିଥିଲା |

ଭାରତୀୟ ଜନତା ପାର୍ଟି (ବିଜେପି) ୧୦୬ଟି ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସନ୍ଧ୍ୟା ୬:୪୫ ସୁଦ୍ଧା ମିଳିଥିବା ସୂଚନା ମୁତାବକ ବିଜେପି ଅନ୍ୟ ୯ଟି ଆସନରେ ଆଗୁଆ ରହିଛି। ଅର୍ଥାତ୍ ଦଳ ଏଯାବତ୍ ୧୧୫ ଆସନ ପାଇବା ମନେ ହେଉଛି । ଅନ୍ୟପକ୍ଷରେ କଂଗ୍ରେସ ୬୯ଟି ଆସନରେ ସୀମିତ ରହିଛି।

Comments are closed.