ଆସାମ: ତାଲିବାନ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ୧୪ ଗିରଫ

ଗୁଆହାଟି: ଆସାମରେ ତାଲିବାନକୁ ସମର୍ଥନ କରି ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଛି। ତାଲିବାନର ଆଫଗାନିସ୍ତାନ ଦଖଲକୁ ସମର୍ଥନ କରି ସୋସିଆଲ ମିଡିଆ ପୋଷ୍ଟ ଅଭିଯୋଗରେ ଆସାମର ବିଭିନ୍ନ ସ୍ଥାନରୁ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଶନିବାର କହିଛି। ଶୁକ୍ରବାର ରାତିରୁ ଏହି ଗିରଫଦାରୀ କରାଯାଇଥିଲା ଏବଂ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିରୋଧି) ଆଇନ(ୟୁଏପିଏ), ଆଇଟି ଆକ୍ଟ ଏବଂ ସିଆରପିସିର ବିଭିନ୍ନ ଦଫା ଅଧୀନରେ ମାମଲା ରୁଜୁ କରାଯାଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଉତ୍ତେଜନାମୂଳକ ପୋଷ୍ଟ ପାଇଁ ସଜାଗ ରହି ସୋସିଆଲ ମିଡିଆ ଉପରେ ନଜର ରଖିଥିଲୁ। କାମରୁପ ମହାନଗର ନିଗମ, ବାରପେଟା, ଧୁବ୍ରି ଏବଂ କରିମଗଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଲୋକଙ୍କୁ ଗିରଫ କରାଯାଇଛି । ସେ କହିଛନ୍ତି ଯେ ଦାରାଙ୍ଗ, କାଚର, ହାଇଲାକାଣ୍ଡି, ଦକ୍ଷିଣ ସଲମାରା, ଗୋଲପାରା ଏବଂ ହୋଜାଇ ଜିଲ୍ଲାର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଡିଜି (ବିଟିଡିଏ) ଭୋଏଲେଟ୍ ବାରୁଆ କହିଛନ୍ତି ଯେ ସୋସିଆଲ ମିଡିଆରେ ତାଲିବାନ ସମର୍ଥକଙ୍କ ମନ୍ତବ୍ୟ ବିରୋଧରେ ଆସାମ ପୋଲିସ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଯାହା ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ। ସେ କହିଛନ୍ତି ଯେ ଆମେ ଏଭଳି ଲୋକଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକରଣ କରୁଛୁ।

ସେ ଟ୍ୱିଟ୍ କରି କହିଛନ୍ତି, “ଆମେ ଏଭଳି ଲୋକଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକରଣ କରୁଛୁ। ଯଦି ଏପରି ଘଟଣା ଆପଣଙ୍କ ନଜରକୁ ଆସେ ତେବେ ଦୟାକରି ପୋଲିସକୁ ଜଣାନ୍ତୁ।

Comments are closed.