ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ବି ବଡ଼ ଗ୍ରହାଣୁ

ନ୍ୟୁୟର୍କ: ଏକ ବିଶାଳ ଗ୍ରହାଣୁ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି | ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି। ଏହି ଗ୍ରହାଣୁ ଶୀଘ୍ର ପୃଥିବୀର କକ୍ଷପଥ ଆଡକୁ ଗତି କରୁଛି | ବୈଜ୍ଞାନିକମାନେ କହିଛନ୍ତି ଯେ ଏହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ପ୍ରାୟ ତିନି ଗୁଣ ଅଧିକ ହେବ।

ନାସା ବୈଜ୍ଞାନିକମାନେ ଗତ ୬୦ ଦିନ ଧରି ଏହି ଗ୍ରହ ଉପରେ ନଜର ରଖିଛନ୍ତି ଏବଂ ଏହାକୁ କ୍ରମାଗତ ଭାବରେ ଟ୍ରାକିଂ କରୁଛନ୍ତି। ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ ନାମିତ କରିଛନ୍ତି |

ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୧ ଏନ୍ଓ୍ବାଇ’ ପୃଥିବୀ ନିକଟରେ ଯାଉଥିବା ୧୭ ଟି ନିକଟସ୍ଥ ବସ୍ତୁ ମଧ୍ୟରୁ ଗୋଟିଏ | ଏହା ଘଣ୍ଟା ପ୍ରତି ୩୩୬୫୯ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି |

ଗ୍ରହାଣୁ ‘୨୦୨୧ ଏନ୍ଓ୍ବାଇ’ ପୃଥିବୀର କକ୍ଷପଥ ଭିତରକୁ ଆସିପାରେ | ସେପ୍ଟେମ୍ବର ୨୨ରେ ଏହି ଗ୍ରହାଣୁ ପୃଥିବୀର କକ୍ଷପଥରେ ପ୍ରବେଶ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ନାସା ବୈଜ୍ଞାନିକଙ୍କ ଅନୁଯାୟୀ, 2021 ‘୨୦୨୧ ଏନ୍ଓ୍ବାଇ’ ଗ୍ରହାଣୁର ବ୍ୟାସ ୧୩୦-୩୦୦ ମିଟର ହୋଇଥିବାବେଳେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ମାତ୍ର ୯୩ ମିଟର ଉଚ୍ଚ ଅଟେ। ନାସା ଆଶା କରୁଛି ଯେ ପୃଥିବୀଠାରୁ ୧୪୯୭୪୭୩ କିଲୋମିଟର ଦୂରରୁ ଏହି ଗ୍ରହାଣୁ ଗତି କରିବ। ତେଣୁ ପୃଥିବୀ ପ୍ରତି ବିପଦ ନାହିଁ । ଏହାଛଡ଼ା ନାସା କହିଛି ଯେ ଏପରି ୨୨ଟି ଗ୍ରହାଣୁ ଅଛି ଯାହା ପୃଥିବୀ ସହିତ ଧକ୍କା ହୋଇପାରେ। ବର୍ତ୍ତମାନ ନାସା ୨ ହଜାରରୁ ଅଧିକ ଗ୍ରହାଣୁକୁ ଟ୍ରାକ୍ କରୁଛି।

Comments are closed.