ନୋଭାକ ଜୋକୋଭିକଙ୍କ ଭିସା ପୁଣି ରଦ୍ଦ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଟେନିସ ଷ୍ଟାର୍ ନୋଭାକ ଜୋକୋଭିକଙ୍କ ଭିସା ପୁଣି ରଦ୍ଦ କରିଛନ୍ତି ଅଷ୍ଟ୍ରେଲିଆ ସରକାର । ତାଙ୍କୁ ଅଷ୍ଟ୍ରେଲିଆ ସରକାର ତାଙ୍କ ଦେଶକୁ ପଠାଇ ଦେଇପାରନ୍ତି ।ଜୋକୋଭିକଙ୍କ ପାଖରେ ଏବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ |

ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଶ୍ୱ ନମ୍ବର ୱାନ ଟେନିସ ଖେଳାଳି ଜୋକୋଭିକଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ଅଷ୍ଟ୍ରେଲିଆରେ ପ୍ରବେଶ କରିବା ପାଇଁ କୋଭିଡ୍ ନିୟମ ପୂରଣ କରୁନଥିବା ଯୋଗୁଁ ସର୍ବିଆ ଖେଳାଳି ନୋଭାକ ଜୋକୋଭିକଙ୍କୁ ମେଲବୋର୍ଣ୍ଣ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା।

ନୋଭାକ ଜୋକୋଭିକ୍ ମେଲବୋର୍ଣ୍ଣରେ ପହଞ୍ଚିବା ପରେ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ କରୋନା ଟିକା ନ ଲଗାଇବାକୁ ନେଇ ତାଙ୍କ ଟିମ୍ ଭିସା ଆବେଦନ‌ ବେଳେ ମେଡିକାଲ ଛାଡ଼ ପାଇଁ ଅନୁରୋଧ କରିନଥିଲେ ।

ଅବଶ୍ୟ, ଟେନିସ୍ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି ଯେ ଦୁଇଟି ପୃଥକ ସ୍ବଧୀନ ପ୍ୟାନେଲର ସମୀକ୍ଷା ପରେ ଜୋକୋଭିକଙ୍କ ପାଇଁ ଟିକା ନିୟମ ଛାଡ଼ କରାଯାଇଥିଲା।

ଜୋକୋଭିକଙ୍କ ପ୍ରସଙ୍ଗରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ କ୍ରିକେଟର୍ ସେନ୍ ୱାର୍ନ ମଧ୍ୟ ଟ୍ୱିଟ କରିଛନ୍ତି। ସେ ସଠିକ୍ ଦଲିଲ ଯୋଗାଇ ନଥିବା ଅଭିଯୋଗ କରି ଜୋକୋଭିକଙ୍କୁ ସମାଲୋଚନା କରିଛନ୍ତି ୱାର୍ନ ।

ସେ ଲେଖିଛନ୍ତି, ନୋଭାକ ଜଣେ ମହାନ ଟେନିସ୍ ଖେଳାଳି ଏବଂ ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ରହିଆସିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ | କିନ୍ତୁ ଅଷ୍ଟ୍ରେଲିଆରେ ପ୍ରବେଶ ସହ ଜଡିତ ଦଲିଲରେ ସେ ମିଛ କହିଥଲେ। କୋଭିଡ ଆକ୍ରାନ୍ତ ହେବା ପରେ ମଧ୍ୟ ସେ ବାହାରକୁ ଯାଇଥିଲେ ଏବଂ ବର୍ତ୍ତମାନ ଆଇନଗତ ମାମଲାର ସମ୍ମୁଖୀନ ହେଉଛନ୍ତି। ତାଙ୍କୁ ଟିକା ନ ଲଗାଇବା ଅଧିକାର ଅଛି କିନ୍ତୁ ଅଷ୍ଟ୍ରେଲିଆ ପାଖରେ ମଧ୍ୟ ତାଙ୍କୁ ବାହାର କରିଦେବାର ଅଧିକାର ଅଛି! ”

Comments are closed.