ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ୟୁଏଇରୁ ଓଡିଶା ଫେରିଥିଲେ । ସେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବୟସ ୩୧ ବର୍ଷ । ସେ କେନ୍ଦୁଝରର ବାସିନ୍ଦା ବୋଲି ସୂଚନା…

୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଆଉ ପାଦେ ଆଗକୁ ବଢିଛି ଓଡିଶା । ଉତ୍ତମ ସେବା ଯୋଗାଇ ଦେବା ସହ ବଢି ଚାଲିଥିବା ସାଇବର ଅପରାଧ ନିୟନ୍ତ୍ରଣ କରିବା ପାଇଁ ବଡ ପଦକ୍ଷେପ ସ୍ୱରୂପ ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

କୋଭିଡ ବିରୋଧୀ ଲଢେଇରେ ଆଉ ଏକ ମାଇଲଖୁଣ୍ଟ, ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ନେଲେଣି ୨ ଡୋଜ୍ ଟିକା

ଭୁବନଶ୍ୱେର- କୋଭିଡ ବିରୋଧୀ ଲଢେଇରେ ଆଉ ଏକ ସଫଳତାର ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୨ କୋଟିରୁ ଅଧିକ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ କୋଭିଡ ବିରୋଧୀ ଲଢେଇରେ ସହଯୋଗ ଓ ସମର୍ଥନ ପାଇଁ…

ତୃତୀୟ ଲହରର ପଦଧ୍ବନି! ମୁମ୍ବାଇରେ ୭୦%, ଦିଲ୍ଲୀରେ ୫୦% ବଢ଼ିଲା କରୋନା ମାମଲା

ନୂଆଦିଲ୍ଲୀ: କରୋନା ପୁଣି ଥରେ ଦେଶରେ ପାଦ ବିସ୍ତାର କରୁଛି। ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଅବସ୍ଥା ଆହୁରି ଖରାପ ହେବାକୁ ଲାଗୁଛି। ଉଭୟ ସହରରେ ନୂଆ କୋଭିଡ୍-୧୯ ମାମଲା ଯଥାକ୍ରମେ ୫୦ ପ୍ରତିଶତ ଏବଂ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ମଙ୍ଗଳବାର ଦିନ…