‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୋଷ୍ଟରରେ ନେହରୁଙ୍କ ଫଟୋ ନାହିଁ, କଂଗ୍ରେସର ଆପତ୍ତି

ନୂଆଦିଲ୍ଲୀ: ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇସିଏଚ୍‌ଆର୍‌) ଦ୍ୱାରା ଜାରି ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପୋଷ୍ଟରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଫଟୋ ନାହିଁ । ଏନେଇ କଂଗ୍ରେସ ବହୁ ନେତା ଆପତ୍ତି ଉଠାଇଛନ୍ତି ।…