ଆନ୍ଧ୍ର ପ୍ରଦେଶ: ପଥର କ୍ୱାରୀରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ

ହାଇଦ୍ରାବାଦ: ଆନ୍ଧପ୍ରଦେଶର କଡାପ୍ପା ଜିଲ୍ଲାରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ଅତିକମ୍‌ରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶନିବାର ସକାଳେ କଡାପ୍ପା ଜିଲ୍ଲା ମାମିଲ୍ଲାପଲ୍ଲୀ ଗ୍ରାମରେ ଘଟିଛି । ଘଟଣା ସମୟରେ ଉକ୍ତ ପଥର କ୍ୱାରୀରେ ପ୍ରାୟ ୪୦ ଶ୍ରମିକ କାମ କରୁଥିଲେ ।…

ଡିଜିପି ଅଭୟଙ୍କ ବ୍ରହ୍ମପୁର ଗସ୍ତ : କୋଭିଡ ନିୟମ ପ୍ରବର୍ତ୍ତନର ସମୀକ୍ଷା, ଗିରିଶୋଲା ଚେକଗେଟ୍ ପରିଦର୍ଶନ

ବ୍ରହ୍ମପୁର – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗସ୍ତରେ ଆସି କୋଭିଡ ନିୟମ ପ୍ରବର୍ତ୍ତନର ସମୀକ୍ଷା କରିଛନ୍ତି । ଏଥିସହ ସେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନର ସଠିକ କାର୍ଯ୍ୟକାରିତା, ବର୍ଡର ଚେକପୋଷ୍ଟର କାର୍ଯ୍ୟକ୍ଷମତା ବାବଦରେ ବି ସମୀକ୍ଷା କରିଛନ୍ତି ଡିଜିପି ।…

ସ୍ପଷ୍ଟ କଲା ହ୍ୱାଟ୍‌ସଆପ୍‌, ନୂଆ ଗୋପନୀୟତା ନୀତି ଗ୍ରହଣ ନ କଲେ ବି ବନ୍ଦ ହେବନି ଭାରତୀୟ ଗ୍ରାହକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ର ନୂଆ ଗୋପନୀୟତା ନୀତିକୁ ଗ୍ରହଣ ନ କଲେ ମଧ୍ୟ ଭାରତୀୟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ କରାଯିବ ନାହିଁ । ହ୍ୱାଟ୍‌ସଆପ୍ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ହ୍ୱାଟ୍‌ସଆପ୍ ନିଜ ଭାରତୀୟ ଗ୍ରାହକଙ୍କ ପାଇଁ ନୂଆ ଗୋପନୀୟତା ନୀତି ଲାଗୁ କରିବାକୁ ଯାଉଛି । ମେ ୧୫…

କଙ୍ଗନା କରୋନା ପଜିଟିଭ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ କରୋନା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ଦିନକ ପୂର୍ବରୁ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ଆଜି ପଜିଟିଭ ଆସିଛି | କଙ୍ଗନା କହିଛନ୍ତି ଯେ ସେ ଘରେ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି ଏବଂ…

ଇଟାୱା ଲାୟନ ସଫାରୀରେ ସିଂହୀ କରୋନା ପଜିଟିଭ୍

‌ଇଟାୱା (ୟୁପି): କରୋନା ଭାଇରସ୍ ଏବେ ପଶୁଙ୍କୁ ବି ଆକ୍ରାନ୍ତ କରିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ ସ୍ଥିତ ଏକ ଚିଡ଼ିଆଖାନାରେ ୮ ସିଂହ କରୋନା ପଜିଟିଭ୍ ହେବା ପରେ ଉତ୍ତର ପ୍ରଦେଶର ଇଟାୱା ସ୍ଥିତ ଲାୟନ ସଫାରୀେରେ ଏକ ସିଂହୀ ମଧ୍ୟ ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇଛି । ଏହି ସଫାରୀର ଆଉ ଏକ…

କରୋନା ସଙ୍କଟ: ପ୍ରଥମ ଥର ଦିନକରେ ୪ ହଜାରରୁ ଊର୍ଦ୍ଧ୍ୱ ମୃତ, ଆଉ ୪ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ଅନିୟନ୍ତ୍ରିତ ଧାରା ଜାରି ରହିଛି । ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି ଏହି ମହାମାରୀ । ଏବେ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି । ଦିନକରେ ଏହି ରୋଗରେ ରେକର୍ଡ ୪୧୮୭ ଜଣ ପ୍ରାଣ ହରାଇଛନ୍ତି । ପ୍ରଥମ ଥର ଦୈନିକ ମୃତ୍ୟୁସଂଖ୍ୟା ଚାରି ହଜାର…