ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଚଳିତ ଆଇପିଏଲର ଇକୋନୋମିକାଲ ସ୍ପିନର

ଦୁବାଇ- ଅଢେଇ ବର୍ଷ ପୂର୍ବେ ଭାରତୀୟ ଦଳରୁ ବାଦ୍ ପଡିଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ ଚଳିତ ଆଇପିଏଲରେ ଏ ଯାବତ ସବୁଠାରୁ ମିତବ୍ୟୟୀ ବା ଇକୋନୋମିକାଲ ବୋଲର ସାବ୍ୟସ୍ତ ହୋଇଛନ୍ତି । କମ୍ ରନ୍ ବ୍ୟୟ କ୍ଷେତ୍ରରେ ଅକ୍ଷର ପଟେଲ, ଭାରତ ଓ ଅନ୍ୟ ଦେଶର ନାମୀ ଦାମୀ ସ୍ପିନରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଚଳିତ ଆଇପିଏଲରେ ମୋଟ ୪ଟି ମ୍ୟାଚ୍ ଖେଳିଥିବା ଅକ୍ଷର ପଟେଲ୍ ୧୪ ଓଭର ବୋଲିଂ କରିଛନ୍ତି । ପ୍ରତି ଓଭର ୪ ଦଶମିକ ୫୭ ରନ୍ ବ୍ୟୟ କରିଛନ୍ତି । ଏ ଯାଏଁ ୧୪ ଓଭର ବୋଲିଂ କରି ମାତ୍ର ୬୪ ରନ୍ ହିଁ ବ୍ୟୟ କରିଛନ୍ତି ଅକ୍ଷର । ଏ ଯାଏଁ ସେ ୪ଟି ୱିକେଟ ନେଇଛନ୍ତି । କିନ୍ତୁ ଇକୋନୋମୀ ଦୃଷ୍ଟିରୁ ସେ ଅନ୍ୟ ସ୍ପିନରମାନଙ୍କଠାରୁ ଆଗରେ । ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ଚଳିତ ଆଇପିଏଲରେ ୪ଟି ମ୍ୟାଚ ଖେଳିଥିଲେ ହିଁ କୌଣସି ମ୍ୟାଚରେ ୧୮ ରନରୁ ଅଧିକ ଦେଇନାହାନ୍ତି ।

କମ୍ ରନ୍ ବ୍ୟୟ ଦୃଷ୍ଟିରୁ ସେ ହାଇଦ୍ରାବାଦ ସନରାଇଜର୍ସର ଆଫଗାନ ସ୍ପିନର ରସିଦ ଖାନଙ୍କଠାରୁ ବି ଉପରେ ଅଛନ୍ତି । ରସିଦ ଖାନ ୫ଟି ମ୍ୟାଚରୁ ୨୦ ଓଭର ବୋଲିଂ କରି ପ୍ରତି ଓଭର ୫ ଦଶମିକ ୨୦ ରନ୍ ବ୍ୟୟ କରିଛନ୍ତି । ଇକୋନୋମିକାଲ ବୋଲରଙ୍କ ତାଲିକାରେ ରସିଦ ଖାନ୍ ତୃତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ବୋଲର ୱାଂସିଟନ ସୁନ୍ଦର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସୁନ୍ଦର ଏ ଯାଏଁ ୧୫ ଓଭରରେ ମାତ୍ର ୭୨ ରନ୍ ବ୍ୟୟ କରିଛନ୍ତି । ଓଭରପିଛା ସେ ୪ ଦଶମିକ ୮୦ ରନ୍ ବ୍ୟୟ କରିଛନ୍ତି ।

Comments are closed.