ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ପୂର୍ବତନ ବିଜେପି ସାଂସଦଙ୍କ ଦୁଃଖ ମଧ୍ୟ ବାରି ହୋଇପଡ଼ିଥିଲା। ଇସ୍ତଫା ପରେ ବାବୁଲ ସୁପ୍ରିୟୋ କହିଛନ୍ତି ଯେ ଆଜି ତାଙ୍କ ହୃଦୟ ବେଶ୍ ଭାରି । ବାବୁଲ ସୁପ୍ରିୟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ବାବୁଲ ସୁପ୍ରିୟୋ ଭାରତୀୟ ଜନତା ପାର୍ଟି ଛାଡି ଗତ ମାସରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ଦଳରେ ଥିବାବେଳେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇଥିବାରୁ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବାବୁଲ ସୁପ୍ରିୟୋ କହିଛନ୍ତି, ‘ମୋର ହୃଦୟ ଆଜି ଭାରୀ … ମୁଁ ବିଜେପି ମାଧ୍ୟମରେ ମୋର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲି। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଦଳର ସଭାପତି ଏବଂ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି।

ବାବୁଲ ସୁପ୍ରିଓ ସେପ୍ଟେମ୍ବର ମାସରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ବିଜେପିରୁ ବିଦାୟ ନେବାବେଳେ ବାବୁଲ ସୁପ୍ରିୟୋ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ପରେ ବାବୁଲ ସୁପ୍ରିଓ କହିଥିଲେ ଯେ ତାଙ୍କ ବନ୍ଧୁ ଏବଂ ଅନ୍ୟ ଘନିଷ୍ଠ ଲୋକ ତାଙ୍କୁ ରାଜନୀତି ନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ ।

Comments are closed.