ସମଲିଙ୍ଗୀ ବିବାହକୁ ବାର୍ କାଉନସିଲର ବିରୋଧ | News Room Odisha

ସମଲିଙ୍ଗୀ ବିବାହକୁ ବାର୍ କାଉନସିଲର ବିରୋଧ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟରେ ଗତ କିଛିଦିନ ହେଲା ଶୁଣାଣି ଜାରି ରହିଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସମ୍ବିଧାନ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ତେବେ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବାକୁ ବିରୋଧ କରିଛି । ଏ ସଂକ୍ରାନ୍ତରେ ବିସିଆଇ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।

ସମଲିଙ୍ଗୀ ବିବାହ ମାମଲାରେ ବିସିଆଇର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତ ରାଜ୍ୟ ବାର୍ କାଉନସିଲକୁ ନେଇ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ବାର୍ କାଉନସିଲମାନେ ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ। ବୈଠକ ପରେ ବିସିଆଇ ପକ୍ଷରୁ ଜାରି ଏକ ବିବୃଦ୍ଧିରେ କୁହାଯାଇଛି କି ଏହି ମାମଲା ଭାରତର ଧର୍ମ ଓ ସଂସ୍କୃତି ସହ ଜଡିତ । ସମାଜ ଉପରେ ତାର ପ୍ରଭାବ ମଧ୍ୟ ପଡିବ। ସେଥି ପାଇଁ ଏହା ଉପରେ ବ୍ୟାପକ ବିଚାର ବିମର୍ଶର ଆବଶ୍ୟକତା ରହିଛି । ତେଣୁ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଦାୟିତ୍ଵ ବ୍ୟବସ୍ଥାପିକା ଉପରେ ଛାଡି ଦିଆଯାଉ ବୋଲି ବିସିଆଇ କହିଛି।