ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କୋଲକାତାର ଉଡଲାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ରାତିରେ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା | ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ତାଙ୍କ ପରିବାରର କିଛି ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।

ହୃଦ୍ ସମସ୍ୟା ଯୋଗୁଁ ଗାଙ୍ଗୁଲି ଚଳିତ ବର୍ଷ ପ୍ରାରମ୍ଭରେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା |

Comments are closed.