ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର – ହକି ବିଶ୍ୱକପରେ ଭାରତ ଆଜି ସ୍ପେନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ରାଉରକେଲାରେ ନବନିର୍ମିତ ହକି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଦଳ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ ଗୈାରବ ଆଣୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି।

Comments are closed.