‘ଶାଗୁଣା ବସିଛି ଡେଣା ମେଲାଇ’ର ଭିକୁ ସେଠଙ୍କ ୫୫ ବର୍ଷ ବୟସରେ ଦେହାନ୍ତ | News Room Odisha

‘ଶାଗୁଣା ବସିଛି ଡେଣା ମେଲାଇ’ର ଭିକୁ ସେଠଙ୍କ ୫୫ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର- ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି ।

ଲୋକପ୍ରିୟ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଲା ମେଲାଇ’ ରେ ଖଳନାୟକ ଭିକୁ ସେଠ୍ ଭୂମିକାରେ ଅଭିନ କରି ବେଶ୍ ପ୍ରସିଦ୍ଧି ହାସଲ କରିଥିଲେ । ଏପରିକି ସେ ନିଜ ପ୍ରଶଂସକଙ୍କ ମଧ୍ୟରେ ଭିକୁ ସେଠ୍ ଭାବେ ଲୋକପ୍ରିୟ ଥିଲେ ।