ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ବିଜୟ ରୂପାନୀଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଭୂପେନ୍ଦ୍ର ରଜନୀକାନ୍ତ ପଟେଲଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ବୋଲି କୁହାଯାଉଛି କାରଣ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଭୁପେନ୍ଦ୍ର ପଟେଲଙ୍କ ନାମ ଆଦୌ ଚର୍ଚ୍ଚା ହେଉନଥିଲା । ଆଜି ଅନୁଷ୍ଠିତ ଦଳୀୟ ବିଧାୟକଙ୍କ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ତଥା ସହପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମର ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କ ନାମ ଘୋଷଣା କରିଛନ୍ତି।

ଗାନ୍ଧିନଗରରେ ବିଜେପି ବିଧାୟକ ଦଳର ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମ ଉପରେ ସର୍ବସମ୍ମତିକ୍ରମେ ମୋହର ଲାଗିଛି ବୋଲି ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଭୁପେନ୍ଦ୍ର ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ତାଙ୍କ ଶପଥ ଗ୍ରହଣ ତାରିଖ ସ୍ପଷ୍ଟ ହୋଇନାହିଁ ।

୨୦୧୭ ବିଧାନସଭା ନିର୍ବାଚନରେ ​​ଭୁପେନ୍ଦ୍ର ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଡିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବଭାଇ ପଟେଲଙ୍କୁ ପରାସ୍ତ କରିଥିଲେ।

Comments are closed.