ସିନେମା ହଲ୍ ଖୋଲିବା ନିଷ୍ପତ୍ତି ପରେ ଘୋଷଣା ହେଲା ବିଗ୍ ବ୍ୟାନର୍ ଫିଲ୍ମ ଗୁଡିକର ରିଲିଜ୍ ତାରିଖ, ଦୀପାବଳିରେ ଆସିବ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ମହାରାଷ୍ଟ୍ର ସରକାର ୨୨ ଅକ୍ଟୋବରରୁ ସାରା ରାଜ୍ୟରେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ଦୀର୍ଘ ଦିନ ଧରି ଅଟକି ରହିଥିବା ବିଗ୍ ବ୍ୟାନର୍ ଫିଲ୍ମ ଗୁଡିକର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି | ଏହି କ୍ରମରେ ଆଗରେ ରହିଛି ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଓ ଅକ୍ଷୟ କୁମାର ଅଭିନୀତ ‘ସୂର୍ଯ୍ୟବଂଶୀ’ । ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ଦୀପାବଳିରେ ମୁକ୍ତିଲାଭ କରିବ |

ରୋହିତ ଶେଟ୍ଟୀଙ୍କ ସହ ଅନେକ ବଡ଼ ବ୍ୟାନର ମଧ୍ୟ ସେମାନଙ୍କ ଫିଲ୍ମ ରିଲିଜ୍ ତାରିଖ ଘୋଷଣା କରିପାରନ୍ତି। ପ୍ରାୟ ୧୯ଟି ଫିଲ୍ମ ରିଲିଜ୍ ଅପେକ୍ଷା ଅଛନ୍ତି | ଏହି ଫିଲ୍ମ ଗୁଡିକର ମୋଟ ବଜେଟ୍ ପ୍ରାୟ ୧୫୦୦ କୋଟି ହେବ | ଗୋଟିଏ ଫିଲ୍ମର ମୋଟ ବ୍ୟବସାୟର ପ୍ରାୟ ୪୦% ରାଜସ୍ୱ ମହାରାଷ୍ଟ୍ରରୁ ଆସିଥାଏ | ମହାରାଷ୍ଟ୍ରରେ ସିନେମା ହଲ୍ ଖୋଲିବା ସହିତ ବକ୍ସ ଅଫିସରେ ଫିଲ୍ମ ଇଣ୍ଡଷ୍ଟ୍ରିର ପୁରୁଣା ଚମକ ମଧ୍ୟ ଫେରିବ ବୋଲି ଆଶା କରାଯାଉଛି |

ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ପରେ ଖୁବ ଶୀଘ୍ର ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ”ସୂର୍ଯ୍ୟବଂଶୀ” ଦୀପାବଳିରେ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ୧୪ ଜାନୁଆରୀ ୨୦୨୨ରେ ‘ରାଧେଶ୍ୟାମ୍’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ସେହିଭଳି ଡିସେମ୍ବର ୨୦୨୧ ରେ ‘ତଡପ୍’ର ରିଲିଜ୍ ହେବ ବୋଲି କୂହାଯାଇଛି।

Comments are closed.