ଓଡିଶା ସରକାରଙ୍କ ବଡ ଘୋଷଣା : ଜେଇଇ, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ଓ ରହଣି ପାଇଁ ହେବ ସବୁ ବ୍ୟବସ୍ଥା..ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂଣ୍ଣ ର୍ ଘୋଷଣା କରିଛନ୍ତି । ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୭ଟି ସହରରେ ହେବ ଜେଇଇ ପରୀକ୍ଷା । ପରୀକ୍ଷା କେନ୍ଦ୍ରଠାରୁ ଦୂରରେ ଥିବା ଛାତ୍ରଛାତ୍ରୀ, ଯେଉଁମାନଙ୍କ ନିଜସ୍ୱ ଯାତାୟତ ସୁବିଧା ଓ ରହିବା ବ୍ୟବସ୍ଥା ନାହିଁ , ସେମାନଙ୍କୁ ସରକାରଙ୍କ ତରଫରୁ ସବୁ ସୁବିଧା ଯୋଗାଇ ଦିଆଯିବ । ମାଗଣା ଯିବା ଆସିବା ସହ ରହିବା ବନ୍ଦୋବସ୍ତ କରିବେ ସରକାର । ଏଥିପାଇଁ କୋରୋନା କଟକଣା କୋହଳ ମଧ୍ୟ କରାଯିବ ।

ଆଜି ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ , ସେମାନଙ୍କୁ ମାଗଣାରେ ସରକାର ଯାତାୟତ ସୁବିଧା ଦେବେ । ଜିଲ୍ଲା ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ଯାଏଁ ଯିବା ଆସିବା ବ୍ୟବସ୍ଥା କରିବ ପ୍ରଶାସନ ।

୧୬ରୁ ୧୭ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର ଓ କଟକରେ ପରୀକ୍ଷା ଦେବେ । ଜେଇଇ ମେନ ପରୀକ୍ଷା ସେପଟେମ୍ବର ୧ରୁ ୬ ତାରିଖ ଯାଏଁ ହେବ । ଅଗଷ୍ଟ ୩୦ରୁ ସେପଟେମ୍ବର ୭ ଯାଏଁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ । ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ସେଂଟର ହୋଇଥିବା ୭ଟି ସହରକୁ ଆସିବେ । ସେଥିପାଇଁ ଜିଲ୍ଲାର ଗୋଟିଏ ଗୋଟିଏ ଆଇଟିଆଇକୁ ନୋଡାଲ୍ ସେଂଟର କରାଯାଇଛି । ପରୀକ୍ଷାର୍ଥୀ ଯଦି ପରିବହନ ଓ ରହଣୀ ବ୍ୟବସ୍ଥା ଆବଶ୍ୟକ କରନ୍ତି, ତାହା ହେଲେ ନୋଡାଲ ସେଂଟରକୁ ଫୋନ କରି ସହାୟତା ମାଗିପାରିବେ । ପରୀକ୍ଷା କେନ୍ଦ୍ରରେ ଥିବା ହଷ୍ଟେଲରେ ପରୀକ୍ଷାର୍ଥୀ ରହିପାରିବେ ।

Comments are closed.