ଗଞ୍ଜାମ ପୋଲିସକୁ ବଡ଼ ସଫଳତା: ୭୫ ଲକ୍ଷ, ୮.୫ କେଜି ସୁନା ସହ ୪୪ କେଜି ନିଶା ସାମଗ୍ରୀ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଅଳଙ୍କାର ଜବତ କରିବା ସମସ୍ତଙ୍କୁ ଚକିତ କରିଛି।

ଖଲ୍ଲିକୋଟ ଥାନାରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। ଥାନାରେ କେସ୍ ନମ୍ବର ୬୪୫ / ୨୨.୧୦.୨୦୨୧ ରୁଜୁ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଏସ୍ଆଇ ଏମ୍.କେ.ପ୍ରଧାନଙ୍କ ନେତୃତ୍ବରେ ସଦଳବଳେ ଚଢ଼ଉ କରାଯାଇ ଥିଲା। ରଜନୀକାନ୍ତ କନ୍ଧମାଳରୁ ଗଞ୍ଜେଇ ବେନିୟମ ଭାବେ ଆଣି ଚାଲାଣ କରୁଥିବା ସୂଚନା ମିଳିଥିଲା। ତେବେ ନଗଦ ଅର୍ଥ ଓ ସୁନା ଜବତ ମାମଲାରେ ପୋଲିସ ଆର୍ଥିକ ଦୃଷ୍ଟିରୁ ଯାଞ୍ଚ ଆରମ୍ଭ କରିଥିବା ଏସ୍‌ପି କହିଛନ୍ତି।

Comments are closed.